ବୌଦ୍ଧ ସଦର: ବୌଦ୍ଧ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମାଆ ଭୈରବୀଙ୍କ ଗୁପ୍ତପୂଜା ପୂରୁଣାକଟକ ଠାରେ ଆରମ୍ଭ
ବୌଦ୍ଧ ଜିଲ୍ଲା ପୁରୁଣାକଟକ ସ୍ଥିତ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମାଂ ଭୈରବୀଙ୍କ ପୀଠରେ ରବିବାର ଦିନ ଷୋହଳ ପୂଜା ବା ଖଣ୍ଡାବସା ପର୍ବ ଆରମ୍ଭ ହୋଇଯାଇଛି। ଅପରାର୍ହ୍ନ ଚାରିଟା ତିରିଶ ମିନିଟ ସମୟରେ ମାଂଙ୍କ ପାଟଖଣ୍ଡା, ବିଜୟ ପ୍ରତିମା, ଘଣ୍ଟ ଛତ୍ର ଧରି ବିରାଟ ପଟୁଆର ସହ ସେବକ ପୂଜାରୀ ଓ ଭକ୍ତ ଙ୍କୁ ନେଇ ସହର ପରିକ୍ରମା କରିସାରିବା ପରେ ମାଂ ଙ୍କ ମନ୍ଦିର ରେ ପହଂଚି ଥିଲେ। ଶକ୍ତିପୀଠ ରେ ଷୋହଳ ଦିନ ପର୍ଯ୍ୟନ୍ତ ଦେବୀ ଙ୍କୁ ଗୁପ୍ତ ଭାବରେ ପୂଜା କରାଯାଇଥାଏ। ଯାହାକି ଅନ୍ୟ କୌଣସି ପୀଠ ରେ ଦେଖା ଯାଇ ନ ଥାଏ l