ଆନନ୍ଦପୁର: ସଢା ସମବାୟ ସମିତିରେ ଧାନ ଦେଲା ଜଣେ, ଟଙ୍କା ଗଲା ଭିନ୍ନ ଏକାଉଣ୍ଟ କୁ,ମତ ରଖିଲେ ଉପଜିଲ୍ଲାପାଳ
ସଢା ସମବାୟ ସମିତି ମଣ୍ଡିରେ ଜଣେ ମହିଳା ଧାନ ଦେଇଥିବା ବେଳେ ଆଜି ପର୍ଯ୍ୟନ୍ତ ତାଙ୍କୁ ପ୍ରାପ୍ୟ ମିଳୁନି। ତାଙ୍କ ଧାନ ବାବଦ ଟଙ୍କା ଭିନ୍ନ ଜଣେ ବ୍ୟକ୍ତିଙ୍କ ଏକାଉଣ୍ଟକୁ ପଳାଇ ଥିବାରୁ ସେ ଦଶ ମାସ ହେଲା ପ୍ରାପ୍ୟରୁ ବଞ୍ଚିତ ହୋଇଛନ୍ତି। ସେ ବିଭିନ୍ନ ଅଧିକାରୀଙ୍କୁ ଅଭିଯୋଗ କରିଥିଲେ ବି ସୁଫଳ ମିଳୁନି। ଏନେଇ ଆଜି ଅପରାହ୍ନ ତିନିଟା ବେଳେ ମତ ରଖିଛନ୍ତି ଆନନ୍ଦପୁର ଉପଜିଲ୍ଲାପାଳ।