ଲାଞ୍ଜିଗଡ: ଚିର୍କା ଗ୍ରାମ ଠାରେ ପୋଖରୀରେ ବୁଡି ଜଣକର ମୃତ୍ୟୁ ଘଟଣା, ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର
ଗତକାଲି ଅପରାହ୍ନରେ ଥୁଆମୁଳ ରାମପୁର ପୁଲିସ ଥାନା ଅଧିନସ୍ଥ ଚିର୍କା ଗ୍ରାମ ଠାରେ ଘଟିଥିଲା ଏକ ଅଘଟଣ। ଗ୍ରାମର ଶୁକୃ ମାଝୀ ନାମକ ଜନୈକ ବ୍ୟକ୍ତି ଶୌଚ ହେବାକୁ ଗାଁ ପୋଖରୀକୁ ଯାଇଥିଲେ। ଶୌଚ ସମୟରେ ଅସାବଧାନତା ଯୋଗୁଁ ଶୁକୃର ଗୋଡ଼ ଗଭୀର ପାଣିରେ ଖସିଯିବାରୁ ପାଣିରେ ବୁଡି ଯାଇଥିଲେ। ସଂଧ୍ୟାରେ ଶୁକୃର ମୃତ ଦେହ ପାଣିରେ ଭାସୁଥିବା ଦେଖି ମହୁଲପାଟଣା ଫାଣ୍ଡି ଅଧିକାରୀଙ୍କୁ ସୂଚନା ଦେଇଥିଲେ। ରାତି ଯୋଗୁଁ ମୃତ ଦେହ ଉଦ୍ଧାର ହେଇ ପାରିନଥିଲା। ଗୁରୁବାର ସକାଳେ ମୃତକଙ୍କ ପରିବାର ଲୋକ ଏବଂ ପୁଲିସ ଉପସ୍ଥିତିରେ ଅଗ୍ନିଶମ ବିଭାଗ କର୍ମଚାରୀ ଉଦ୍ଧାର କରିଥିଲେ।