ସମ୍ବଲପୁର ମ୍ୟୁନିସିପାଲଟି: ସମ୍ୱଲପୁର ପବ୍ଲିକ ଲାଇବ୍ରେରୀ ଠାରେ "ଆଜିର ପରିପ୍ରେକ୍ଷୀରେ ଗାନ୍ଧୀ ବିଚାର" ଶୀର୍ଷକ ଏକ ଆଲୋଚନା ସଭା ଅନୁଷ୍ଠିତ
ସମ୍ୱଲପୁର ପବ୍ଲିକ ଲାଇବ୍ରେରୀ ଠାରେ ମଙ୍ଗଳବାର "ଆଜିର ପରିପ୍ରେକ୍ଷୀରେ ଗାନ୍ଧୀ ବିଚାର" ଶୀର୍ଷକ ଏକ ଆଲୋଚନା ସଭାରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ନାଗପୁର ବିଶ୍ୱବିଦ୍ୟାଳୟ ର ଗାନ୍ଧୀ ବିଚାର ଧାରା ବିଭାଗର ପ୍ରଫେସର ଡ଼. ଶୀଳାଦିତ୍ୟ ବିକାଶ ଶ୍ରୀ ଚନ୍ଦନ ସିଂ, ମହାତ୍ମାଗାନ୍ଧୀ ଙ୍କ ଚିନ୍ତାଧାରା ଉପରେ ଆଲୋଚନା କରି ମହାତ୍ମା ଗାନ୍ଧୀ ଙ୍କୁ ପୃଥିବୀ ର ଅଦ୍ୱିତୀୟ ମଣିଷ ଭାବେ ଚିତ୍ରଣ କରି ଦକ୍ଷିଣ ଆଫ୍ରିକା ତଥା ରୁଷିଆ ,ଆରବ ପ୍ରଭୁତି ଦେଶ ର ସମସ୍ୟା କୁ ସମାଧାନ କରିବାରେ ତାଙ୍କ ଭୂମିକା ଉପରେ ବିଭିନ୍ନ ଉଦାହରଣ ସହ ବୁଝାଇଥିଲେ । ମହାତ୍ମା ଗାନ୍ଧୀ ଥିଲେ ଅସହାୟ ଓ ଗରିବ ଙ୍କ ପାଇଁ କାମ