ପଶ୍ଚିମଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଭାରତୀୟ ସମ୍ବିଧାନର ଗୌରବମୟ ଗାଥା ସମ୍ପର୍କରେ ଜନସାଧାରଣଙ୍କୁ ଜଣାଇବାକୁ ବୁଲୁଛି ସମ୍ବିଧାନ ସଚେତନତା ରଥ। ମୂଳନିବାସୀ ବହୁଜନ ମିଳିତ ମହାସଂଘ ନେତୃତ୍ୱରେ ଆରମ୍ଭ ହୋଇଥିବା ଏହି ସଚେତନତା ଯାତ୍ରା ବିଭିନ୍ନ ଜିଲ୍ଲା ଅତିକ୍ରମ କରି ଏବେ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ବ୍ଲକ ପରିକ୍ରମା କରୁଛି। ଆଜି ଜିଲ୍ଲାର କଲମପୁର ଓ ଥୁଆମୂଳ ରାମପୁର ବ୍ଲକ ପରିକ୍ରମା କରିଥିବାବେଳେ କଲମପୁର ଆମ୍ବେଦକର ଛକରେ ଏହି ରଥକୁ ଭବ୍ୟ ସ୍ୱାଗତ କରାଯାଇଥିଲା। ବିଭିନ୍ନ ବର୍ଗର ଜନସାଧାରଣଙ୍କ ସହିତ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ଏହି ରଥକୁ ସ୍ୱାଗତ ଜଣାଇଥିଲେ।