ଆଜି ଫେବୃୟାରୀ 1 ତାରିଖ ରବିବାର ଅଭିଯୁକ୍ତ ଅସ୍ମିତ ଗର୍ଡିଆ ଓରଫ ତିଳକ -22 ବର୍ଷକୁ ଭଷ୍ମା ପୋଲିସ ରାତି 8 ଟା ପାଖାପାଖି ସମୟରେ କୋର୍ଟ ଚାଲାଣ କରିଛନ୍ତି। ଅଭିଯୁକ୍ତ ଗତ ପଅର ଦିନ 30 ଜାନୁଆରୀ ସନ୍ଧ୍ୟା 7 ଟା ପାଖାପାଖି ସମୟରେ ଏହି କାଣ୍ଡ ଘଟାଇ ଥିଲା। ଏକ ଛୁରୀରେ ବିକାଶ ନେଟି ନମକ ଜଣେ ଯୁବକଙ୍କ ବେକର ପଛ ପଟେ ଭୁଷି ଫେରାର ହୋଇ ଯାଇଥିଲା। ତେବେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ଘଟଣା ଘଟିଥିଲା ବୋଲି ଭଷ୍ମା ପୋଲିସ ତାଙ୍କ ତଦନ୍ତରେ କହିଛନ୍ତି। ତେବେ ଅଭିଯୁକ୍ତକୁ ଭଷ୍ମା ଥାନା କେଶ ନମ୍ବର -22 ରେ ଗିରଫ କରି ଭାରତୀୟ ନ୍ୟାୟ ସଂହିତା ର ଦଫା 126(2)/115(2)/118(1)/109(1