ବାଲୁଗାଁ: ଚିଲିକାରେ ଅବାଧ ପକ୍ଷୀ ଶିକାର ଅଭିଯୋଗରେ ଜଣେ ଅଭିଯୁକ୍ତ ଗିରଫ
ଚିଲିକାରେ ଦିନକୁ ଦିନ ଅବାଧ ପକ୍ଷୀ ଶିକାର ବଢ଼ିବାରେ ଲାଗିଛି। ନିକଟରେ ତିନି ଜଣ ପକ୍ଷୀଶିକାରୀ ଗିରଫ ହୋଇଥିବା ବେଳେ ସୋମବାର ପୁଣି ଆଉଜଣେ ପକ୍ଷୀଶିକାରୀ ଗିରଫ ହୋଇଛନ୍ତି | ସୂଚନା ମୁତାବକ ସୋମବାର ଦିନ ଉଜ୍ବଲା ଗୋପୀନାଥପୁର ଅଭିମାନ ଅଂଚଳରେ ପେଟ୍ରୋଲିଂ କରୁଥିଲା ବନ୍ୟପ୍ରାଣୀ ବିଭାଗ,ଠିକ ସେହି ସମୟରେ ପକ୍ଷୀ ମାରି ଖସିଯିବାକୁ ବସିଥିଲା ଅଭିଯୁକ୍ତ ମନୋଜ ପରିଡା ତେବେ ସୂଚନା ଅନୁସାରେ ଗିରଫ ପରେ ଅଭିଯୁକ୍ତ ଠାରୁ ଚାରି ମୃତ ପକ୍ଷୀ ଜବତ କରିଛି ବନ୍ୟପ୍ରାଣୀ ବିଭାଗ |