ଭୋଗରାଇ: ବେଲଦା ସ୍କୁଲ ଗେଟ ରେ ତାଲା ପକାଇ ବାହାରେ ଧାରଣା ରେ ବସିଲେ ଛାତ୍ରଛାତ୍ରୀ ଓ ଅଭିଭାବକ ।
ପ୍ରଧାନ ଶିକ୍ଷକ ବଦଳି ଦାବୀରେ ସ୍କୁଲ ଗେଟରେ ତାଲା ପକାଇଲେ ଅଭିଭାବକ। ଦୀର୍ଘ ବର୍ଷ ଧରି ନିଜ ମନ ମାନୀରେ ଚଳାଇଛନ୍ତି ସ୍କୁଲ। ବାରମ୍ବାର ଅଭିଯୋଗ କରିଥିଲେ ବି କୌଣସି ସୁଫଳ ନମିଳିବା ପରେ ଆଜି ସ୍କୁଲ ଗେଟର ତାଲା ପକାଇ ଉଭୟ ଛାତ୍ରଛାତ୍ରୀ ଓ ଅବିଭାବକ ଧାରଣା ଦେଇଛନ୍ତି। ବାଲେଶ୍ୱର ଭୋଗରାଇ ବ୍ଲକ ବେଲଦା ନୀଳକଣ୍ଠ ସରକାରୀ ଉଚ୍ଚ ବିଦ୍ୟାପିଠ ଦେଖିବାକୁ ମିଳିଛି ଏଭଳି ଘଟଣା । ସ୍କୁଲର ପ୍ରଧାନ ଶିକ୍ଷକ ସୁନାରାମ ବେହେରାଙ୍କ ଅବହେଳା ଯୋଗୁ ପିଲାଙ୍କୁ ସଠିକ ଶିକ୍ଷା ଦାନ ଦିଆଯାଉ ନାହିଁ।