ନର୍ଲା: ସିଆଲ ପଲା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସମେତ ବିଭିନ୍ନ ବିଦ୍ୟାଳୟ ରେ ମାସିକ କ୍ଲଷ୍ଟର ସ୍ତରୀୟ ବୈଠକ ଅନୁଷ୍ଠିତ
କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ର ବିଭିନ୍ନ ବିଦ୍ୟାଳୟରେ ଶନିବାର ଚତୁର୍ଥ ମାସିକ କ୍ଲଷ୍ଟର ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ନୋଡାଲ କ୍ଲସ୍ଟର ଚତୁର୍ଥ କ୍ଲସ୍ଟର ସ୍ତରୀୟ ବୈଠକ ରାଜପୁର ପଞ୍ଚାୟତ ସିଆଲପଲା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ଆୟୋଜିତ ହୋଇଥିଲା । ବୈଠକ ରେ ସିଆରସିସି ପ୍ରସନ୍ନ କୁମାର ସାହୁ ଯୋଗ ଦେଇ ମୌଳିକ ସାକ୍ଷରତା ସଂଖ୍ୟା ଜ୍ଞାନ,ଶ୍ରେଣୀ ପରି ଚାଳନା, ଓ ଛାତ୍ରୀ,ଛାତ୍ର ମାନଙ୍କୁ ବହୁ ଶ୍ରେଣୀ ଶିକ୍ଷା ଦାନ ବିଷୟରେ ତାଲିମ ପ୍ରଦାନ କରୁଥିଲେ।