ମାହାଙ୍ଗା: ମଲ୍ଲିପୁରସ୍ଥିତ ଶ୍ରୀ ରଘୁନାଥଜୀଉଙ୍କ ମନ୍ଦିରରେ ଶ୍ରୀରାମ ନବମୀ ମହାସମାରୋହରେ ପାଳିତ
ବୁଧବାର ପବିତ୍ର ଶ୍ରୀରାମ ନବମୀ ଉପଲକ୍ଷେ ମଲ୍ଲିପୁରସ୍ଥିତ ଶ୍ରୀ ରଘୁନାଥ ଜୀଉଙ୍କ ମନ୍ଦିରରେ ଶ୍ରୀରାମଙ୍କ ଜନ୍ମ ଉତ୍ସବ ମହାସମାରୋହରେ ପାଳିତ ହେଉଛି। ଆଜି ସକାଳୁ ପ୍ରଭୁଙ୍କ ସମସ୍ତ ନୀତିକାନ୍ତି ସାରି ପ୍ରଭୁ ଶ୍ରୀ ରଘୁନାଥ ଭକ୍ତମାନଙ୍କୁ ଦର୍ଶନ ଦେଉଛନ୍ତି। ଏଠାକାର ବିଶେଷତ୍ଵ ହେଉଛି ଶ୍ରଦ୍ଧାଳୁଙ୍କ ମନସ୍କାମନା ପୂର୍ଣ୍ଣ ହେଲେ ପ୍ରଭୁ ଶ୍ରୀ ରଘୁନାଥଙ୍କ ପୀଠରେ ବାଣ ଫୁଟାନ୍ତି। ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଲକ୍ଷ୍ୟକରି ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପୋଲିସ ମୁତୟନ ହୋଇଛି।