ଭଟଲି ଦଧିବାମନ କଲେଜରେ ବ୍ଳକ ସ୍ତରୀୟ ବିକଶିତ ଭାରତ ଯୁବ ପିଢ଼ି ସଂଳାପ କାର୍ଯ୍ୟକ୍ରମ ଉଦଯାପିତ :ଭଟଲି ଦଧିବାମନ କଲେଜ ରେ ବିକଶିତ ଭାରତ ଯୁବପିଢ଼ି ସଂଳାପ କାର୍ଯ୍ୟକ୍ରମ ଆଜି ସନ୍ଧ୍ୟା ୬ଟା ରେ ଉଦଯାପିତ ହୋଇଥିଲା। ଅଧ୍ୟକ୍ଷ ବିଶ୍ୱଜିତ କୁମାର ହୋତାଙ୍କ ସଭାପତିତ୍ୱ ରେ ଏକ ସଭା ହୋଇଥିଲା।ଏଥିରେ ବିଡ଼ିଓ ପ୍ରମୋଦ ଚନ୍ଦ୍ର ମେହେର, ଏବିଡ଼ିଓ ଜ୍ୟୋସ୍ନାରାଣୀ ଗଡ଼ତିଆ, ଅଧ୍ୟାପକ ଚୂଡ଼ାମଣି ରଥ,ଅଧ୍ୟାପକ ବିରାଟ ପଧାନ, ଅଧ୍ୟାପକ ସମ୍ଭୁନାଥ ଠାକୁର, ଅଧ୍ୟାପକ ଦୀପକ ପତି, ଅଧ୍ୟାପକ ଦୁର୍ଗାଶିଷ ପଟ୍ଟନାୟକ, ଅଧ୍ୟାପକ ମୁକେଶ ଭୋଇ, ଅଧ୍ୟାପକ ରବି ନାରାୟଣ ପଣ୍ଡା,ସୁରେଶ କୁମାର ବାରିକ ଥିଲେ।