ଇଏସଆଇସି ହସ୍ପିଟାଲ୍ କୁ ଭୁବନେଶ୍ୱର ଉଠାଇ ନେବାକୁ ଯୋଜନା ଚାଲିଥିବା ଅଭିଯୋଗ କରିଛି ସିଟୁ ସଂଗଠନ। ଗୋଟିଏ ପଟେ ରାଉରକେଲା ରେ ଇଏସଆଇସି ସୁପର୍ ସ୍ପେଶିଆଲି୍ଟି ହସ୍ପିଟାଲ୍ ଏବଂ ମେଡିକାଲ କଲେଜ୍ ପ୍ରତିଷ୍ଠା ଦାବି ହେଉଥିବା ବେଳେ ଏବେ ଏହାକୁ ଭୁବନେଶ୍ୱର କୁ ନେଇଯିବା ନିଷ୍ପତ୍ତି କୁ ବିରୋଧ କରା ଯାଉଛି।ବୁଧବାର ଅପରାହ୍ନରେ ସେକ୍ଟର ୧୬ ଠାରେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ଶ୍ରମିକ ନେତା ଜାହାଙ୍ଗୀର ଅଲ୍ଲୀ।