ବରଗଡ଼ ସହରର ସମ୍ପୂର୍ଣ ଏରିଆରେ ବିଦ୍ୟୁତ କାଟକୁ ନେଇ ଶୁକ୍ରବାର ସନ୍ଧ୍ୟା 6 ଘଣ୍ଟା ସମୟରେ ଜରୁରୀ ସୂଚନା ପ୍ରଦାନ କଲା ବିଦ୍ୟୁତ ବିଭାଗ | ବରଗଡ଼ ସହରରେ ବିଦ୍ୟୁତ କାର୍ଯ୍ୟର ରକ୍ଷଣା ବେକ୍ଷଣ ପାଇଁ ଆସନ୍ତା ସକାଳ 9 ଘଣ୍ଟା ସମୟରୁ ଅପରାହ୍ନ 2 ଟା ପର୍ଯ୍ୟନ୍ତ ବିଦ୍ୟୁତ ସେବା ବନ୍ଦ ରହିବ ବୋଲି ଆଜି ଜରୁରୀ ସୂଚନା ଦିଆଯାଇଛି l ତେବେ ସମ୍ପୂର୍ଣ ବରଗଡ଼ ସହର ପ୍ରଭାବିତ ହେବ ବୋଲି ସୂଚନା ଦିଆଯାଇଛି | ଏନେଇ ଜନସାଧାରଣଙ୍କୁ ସହଯୋଗ ପାଇଁ ବିଦ୍ୟୁତ ବିଭାଗ ପକ୍ଷରୁ ଅନୁରୋଧ କରାଯାଇଛି ।