ଧର୍ମଶାଳା: ଚାନ୍ଦମୋହିନୀ ଗ୍ରାମରେ ଉର୍ମିଳା ବେହେରାଙ୍କ ଏକାଦଶାହ କ୍ରିୟାରେ ଯୋଗଦେଲେ ବହୁ ବିଶିଷ୍ଟ ବ୍ୟକ୍ତି
ଧର୍ମଶାଳା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବିଜୁ ଜନତା ଦଳର ଜଣେ ଦୃଢ଼ ସଂଗଠକ ତଥା ୧୫ନଂ ଜୋନ ବିଜୁ ଜନତା ଦଳ ସଂଯୋଜକ ବିକାଶ ବେହେରାଙ୍କ ମାତା ସ୍ୱର୍ଗତ ଉର୍ମିଳା ବେହେରାଙ୍କ ଏକାଦଶାହ ଅବସରରେ ଉତ୍ତରପ୍ରତାପ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଚାନ୍ଦମୋହିନୀ ଗ୍ରାମ ସ୍ଥିତ ତାଙ୍କ ବାସଭବନରେ ଆୟୋଜିତ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମରେ ଧର୍ମଶାଳାର ପୁର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟ, ଯାଜପୁର ଜିଲ୍ଲାର ପୂର୍ବତନ ସାଂସଦ ଶର୍ମିଷ୍ଠା ସେଠୀଙ୍କ ସହିତ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେଇ ଅମର ଆତ୍ମା ସଦ୍ଗତି କାମନା କରିବା ସହିତ ତାଙ୍କ ଫଟୋ ଚିତ୍ରରେ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ