ଦେବଗଡ଼ ଇନ୍ଦିରା ଗାନ୍ଧୀ ଷ୍ଟାଡିୟମରେ ପ୍ରଧାନପାଟ କ୍ଲବ ଆନୁକୂଲ୍ୟରେ ଗତ ୨୪ ତାରିଖ ଠାରୁ ଆରମ୍ଭ ହୋଇଥିବା ୭ମ ସର୍ବଭାରତୀୟ ‘ପ୍ରଧାନ୍ପାଟ୍ କପ୍’ ଫୁଟବଲ ପ୍ରତିଯୋଗିତାର ଆଜି ପଂଚମ ଦିବସ ମ୍ୟାଚରେ ବିହାରର ବକ୍ସର ଫୁଟବଲ କ୍ଲବକୁ ୩-୦ ଗୋଲରେ ପରାସ୍ତ କରି ସମ୍ବଲପୁର ଫୁଟବଲ କ୍ଲବ ଦ୍ୱିତୀୟ ସେମିଫାଇନାଲରେ ପ୍ରବେଶ କରିଛି।ଆଜିର ମ୍ୟାଚକୁ ରେଫରୀ ଭାବେ ରାଜ ମଣ୍ଡଲ , ସାଗର ନାଏକ , ସୌରଭ ନାୟକ ଓ ଜିତୁ ପାତ୍ର ପରିଚାଳନା କରିଥିବା ବେଳେ ହେମନ୍ତ କୁମାର ମହାପାତ୍ର ମ୍ୟାଚ୍ କମିଶନର ଦାୟିତ୍ୱ ତୁଲାଇଥିଲେ । ଭାଷ୍ୟକାର ଭାବେ ବେଣୁଧର ଗଡନାୟକ ମ୍ୟାଚର ଧାରା ବିବରଣୀ ପ୍ରଦାନ କରିଥିଲେ ।