କୁଚିଣ୍ଡା: କୁଚିଣ୍ଡା ତହସିଲଦାର ମିତାଳି ମଧୁସ୍ମିତା ଦଳାଇ ଙ୍କୁ ନିଲମ୍ୱିତ କଲା ରାଜସ୍ବ ବିଭାଗ
କୁଚିଣ୍ଡା ତହସିଲ ର ଏକ ମ୍ୟୁଟେସନ କେଶ ରେ ରାଜେଶ ଅଗ୍ରୱାଲ ଙ୍କ ପରିବାର କୁ ବାଦ ଦେଇ ତହସିଲଦାର ମିତାଲି ମଧୁସ୍ମିତା ଦଳାଇ ପ୍ରତିପକ୍ଷଙ୍କୁ ପଟ୍ଟା ପ୍ରଦାନ କରିବାର ଚଞ୍ଚକତା କରୁଥିବା ନେଇ, ମୁଖମନ୍ତ୍ରୀ, ରାଜସ୍ବ ମନ୍ତ୍ରୀ ତଥା ଉତ୍ତରାଞ୍ଚଳ ରାଜସ୍ବ କମିସନର ଙ୍କୁ ପିଡୀତ ପରିବାର ଅଭିଯୋଗ କରିଥିଲେ। ଅଭିଯୋଗ ନେଇ ତଦନ୍ତ କରାଯାଇଥିବା ବେଳେ ସୋମବାର ଦିନ ତହସିଲଦାର ମିତାଲି ମଧୁସ୍ମିତା ଦଳାଇଙ୍କୁ ରାଜସ୍ବ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ନିଲମ୍ବନ କରାଯାଇଛି। ଏନେଇ ସନ୍ଧ୍ୟା ୭ ଟା ସମୟରେ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।