ବସ୍ତା: ବେଣାପୁରା ଅଭରବ୍ରିଜ ନିକଟରେ ଦେଶୀମଦ ଜବତ: ୧ ଗିରଫ
Basta, Balasore | Sep 14, 2025 ଆଜି ପୋଡ଼ଶୀ ମୟୁରଭଂଜ ଜିଲାରୁ ଗୋଟିଏ ବାଇକ ଓ ଅଟୋରେ ଦେଶୀମଦ ଭର୍ତ୍ତି ହୋଇ ଗାଁ ଅମର୍ଦ୍ଦା-ରାଜଘାଟ ଦେଇ ବସ୍ତା ବ୍ଲକର ସନ୍ତୋଷପୁର, ଥେଙ୍ଗଡ଼ିହା, ବେଣାପୁରା ଆଦି ସ୍ଥାନକୁ ବିକ୍ରି ହେବା ପାଇଁ ଆସୁଥିବା ଖବର ପାଇ ବସ୍ତା ଓ ଜଳେଶ୍ବର ଅବକାରୀ ବିଭାଗର ମିଳିତ ସହଯୋଗ କ୍ରମେ ରବିବାର ବେଣାପୁରା ଓଭରବ୍ରିଜ ନିକଟରେ ଚଢାଉ କରାଯାଇ ଅଟୋ ଚାଳକକୁ ଗିରଫ୍ କରାଯାଇଥିବା ବେଳେ ବାଇକ ଚାଳକ ବାଇକ ଛାଡ଼ି ଫେରାର୍ ମାରିଛି। କୌଣସି ବିଶ୍ବସ୍ତ ସୂତ୍ରରୁ ଖବର ପାଇ ବସ୍ତା ଅବକାରୀ ଥାନା ଅଧିକାରିଣୀ ପ୍ରଜ୍ଞାପ୍ରିୟା ନାୟକ ଓ ଜଳେଶ୍ବର ଅବକାରୀ ଓଆଇସି