ବ୍ରହ୍ମପୁୁର ମ୍ୟୁନିସିପାଲଟି କର୍ପୋରେସନ: ବିଜେପିରୁ ଇସ୍ତଫା ପରେ ବିଜେଡିରେ ଯୋଗଦେଲେ ବ୍ରହ୍ମପୁର ବିଜେପିର ବରିଷ୍ଠ ନେତା ଭୃଗୁ ବକ୍ସି ପାତ୍ର
ପୂର୍ବତନ ବିଜେପି ରାଜ୍ୟ ଉପସଭାପତି ତଥା ବିଜେପିର ପୂର୍ବତନ ବ୍ରହ୍ମପୁର ସାଂସଦ ପ୍ରାର୍ଥୀ ଭୃଗୁ ବକ୍ସି ପାତ୍ର ବୁଧବାର ଭୁବନେଶ୍ୱର ଶଙ୍ଖ ଭବନ ଠାରେ ବିଜେଡିରେ ଯୋଗଦାନ କରିଛନ୍ତି l ତେବେ ବିଜେପି ପ୍ରଦୀପ ପାଣିଗ୍ରାହୀଙ୍କୁ ବ୍ରହ୍ମପୁର ଲୋକସଭା ଆସନରୁ ପ୍ରାର୍ଥୀ କରିବା ପରେ ସେ ଦଳ ଉପରେ କ୍ଷୁବ୍ଧ ଥିଲେl ସେପଟେ ବିଜୁ ଜନତା ଦଳ ତାଙ୍କୁ ବ୍ରହ୍ମପୁର ଲୋକସଭା ଟିକେଟ ଦେଇପାରେ ବୋଲି ଚର୍ଚ୍ଚା ଜୋର ଧରିଛି l