ଭୋଗରାଇ: କାଉବଣୀ ଗାଁରୁ ବିରାଟକାୟ ଅଜଗର ସାପ ଉଦ୍ଧାର କଲା ଉଦୟପୁର ବନବିଭାଗ ,ବିଚିତ୍ରପୁର ରେ ଛାଡିଥିବା ସୂଚନା
୧୨ଫୁଟ ଲମ୍ବର ଅଜଗର ସାପ ଉଦ୍ଧାର ଭୋଗରାଇ ବ୍ଲକ ନିମାତପୁର ପଂଞ୍ଚାୟତ ଅଧୀନ କାଉବଣୀ ଗାଁର ଗ୍ରାମଚଣ୍ଡୀ ନିକଟରୁ ଏକ ଅଜଗର ସାପ ଉଦ୍ଧାର କରା ଯାଇଛି । ସାପଟିର ଲମ୍ବ ୧୨ ଫୁଟ ହୋଇଥିବା ବେଳେ ଓଜନ ୧୫କେଜିରୁ ଅଧିକ ହେବ। ବନ ବିଭାଗ ପକ୍ଷରୁ ତାକୁ ଉଦ୍ଧାର କରି ବିଚିତ୍ରପୁର ପ୍ରକୃତି ନିବାସରେ ଛାଡ଼ି ଦିଆ ଯାଇଥିବା କଥା ଉଦୟପୁର ବନପାଳ ସଞ୍ଜୟ କୁମାର ମହାନ୍ତି ପ୍ରକାଶ କରିଛନ୍ତି ।