ଆଜି ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ ଠାରେ ଅପରାହ୍ନ 4.30 ସମୟରେ ସମ୍ବଲପୁର ଲୋକ ମହୋତ୍ସବ-୨୦୨୬ର ପ୍ରଥମ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ସିଦ୍ଧେଶ୍ଵର ବଳିରାମ ବୋନ୍ଦରଙ୍କ ଅଧ୍ୟକ୍ଷତାରେ ବୈଠକ ହୋଇଥିଲା। ଗତ ମହୋତ୍ସବ ଅପେକ୍ଷା ଚଳିତ ବର୍ଷ ଭଲ ଭାବେ ମହୋତ୍ସବ ପରିଚାଳନା କରିବାକୁ ବିଭିନ୍ନ କମିଟିର ଆବାହକ ଓ ସହ- ଆବାହକ ମାନଙ୍କୁ ସେ ଆହ୍ବାନ ଦେଇଥିଲେ । ସାଂସ୍କୃତିକ ଦଳ ଚୂଡାନ୍ତ କରିବା ଉପରେ ମଧ୍ୟ ଗୁରୁତ୍ୱାରୋପ କରିଥିଲେ । ଏହି ବୈଠକରେ ନୋଡାଲ ଅଧିକାରୀ ତଥା ସମ୍ବଲପୁର ମହାନଗର ନିଗମ କମିଶନର ରେହାନ କ୍ଷତ୍ରି, ଅତିରିକ୍ତ ଜିଲ୍ଲାପାଳ ଅଶୋକ ଭୋଇ, ଅତିର