ଦେବଗଡ ଆମ୍ବେଦକର ଛକ ନିକଟରେ ଏକ ଓଭରଲୋଡିଂ ଟ୍ରେଲରରୁ ୨୦ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି । ଲୁହା ପାଇପ ବୋଝେଇ ଏକ ଟ୍ରେଲର ନାଗପୁର ରୁ କୋଲକାତା ଅଭିମୁଖେ ଯାଉଥିଲା । ଦେବଗଡ ଆମ୍ବେଦକର ଛକ ନିକଟ ୪୯ ନମ୍ବର ଜାତୀୟ ରାଜପଥରେ ଆଂଚଳିକ ପରିବହନ ବିଭାଗ ପକ୍ଷରୁ ଜୁନିୟର ଏମଭିଆଇ ସନ୍ଦୀପ କୁମାର ସିଂଙ୍କ ନେତୃତ୍ୱରେ ଯାନବାହାନ ଯାଂଚ କରାଯାଉଥିବା ବେଳେ ଓଭରଲୋଡିଂ ଟ୍ରେଲରକୁ ଅଟକା ଯାଇଥିଲା । ନିୟମ ଅନୁଯାୟୀ ଟ୍ରେଲରରେ ବୋଝେଇ ହୋଇଥିବା ଲୁହା ପାଇପ ଉଚ୍ଚତା ଠାରୁ ଅଧିକ ଥିବାରୁ ଓଭରଲୋଡିଂ ପାଇଁ ଜରିମାନା କରାଯାଇଥିଲା ।