ରାଉରକେଲା ପ୍ଲାଣ୍ଟ ସାଇଟ୍ ଥାନା ପୋଲିସ ପକ୍ଷରୁ ଏସଆଇ ଗିରିଜା ନନ୍ଦୀନୀ ଗରଡିଆ ଙ୍କ ନେତୃତ୍ବରେ ମଂଗଳବାର ଅପରାହ୍ନରେ ପେଟ୍ରୋଲିଂ ବେଳେ ସେକ୍ଟର ୨୧ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ନିକଟରେ ଅଭିଯୁକ୍ତ ଆକାଶ ସୋନାକର ଙ୍କୁ ଅଟକାଇ ଥିଲେ। ତାଠାରୁ ୧୫ଗ୍ରା ୯୨ ମିଲି ଗ୍ରାମ ହିରୋଇନ୍ ଏକ ପଲିଥିନ ରେ ନେଇ ଯାଉଥିବା ବେଳେ ଧରାପଡିଥିଲା।