କୁଡାଲୋଇ ସପ୍ତାହିକ ବଜାର ନିକଟରେ ଜଣେ ବ୍ୟକ୍ତିଙ୍କୁ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗରେ ୫ ଜଣ ଅଭିଯୁକ୍ତକୁ ଲଖନପୁର ପୁଲିସ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତଙ୍କ ମାନେ ଲଖନପୁର ଥାନା ଅନ୍ତର୍ଗତ କୁଡ଼ାଲୋଇ ଗ୍ରାମର ତ୍ରିନାଥ ଗୁରୁ, ତୋଷାରାମ ନାଏକ, ଦୀପକ ଖଣ୍ଡା, ଅରୂପସିନ୍ଧୁ ବାଗ, ନିରାକାର ବାଗ ବୋଲି ପୁଲିସ ସୂଚନା ଦେଇଛି l ଆକ୍ରମଣର ଶିକାର ହୋଇଥିବା ବ୍ୟକ୍ତି ଜଣକ ପିପିଲିମାଲ ଗ୍ରାମର ହେମସାଗର ସାହୁ l