ଧର୍ମଶାଳା: ବିଂଝାରପୁର ବ୍ଲକ ଅଳକୁଣ୍ଡ ଥାନା ଚିକଣା ଅଞ୍ଚଳରେ ସଡ଼କ ଦୁର୍ଘଟଣାରେ ଜଣେ ମୃତ ଜଣେ ଆହତ
ବିଂଝାରପୁର ବ୍ଲକ ଅଳକୁଣ୍ଡ ଥାନା ଅନ୍ତର୍ଗତ ଚିକଣା ପଞ୍ଚାୟତ ଅଧିନ ମଦରିଙ୍ଗପାଳ ରାସ୍ତା କଡ଼ରେ ଏକ ସଡ଼କ ଦୁର୍ଘଟଣା ହୋଇଯାଇଛି। ଉତଙ୍ଗରା ଛକ ଆଡୁ ସୟଦପୁର ଅଂଚଳର ଦୀପକ କୁମାର ମଳିକ ଓ ଶୁଭମ କୁମାର ମଳିକ ଦୁଇ ଜଣ ଏକ ବାଇକ ଯୋଗେ ଘରକୁ ଫେରୁଥିଲେ। ଭାରସାମ୍ୟ ହରାଇ ନିମ୍ବ ଗଛକୁ ଧକାଦେଇ ଥିଲେ। ଘଟଣା ସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣକୁ କଟକ ସ୍ଥାନାନ୍ତର କରାଯାଇଛି। ଖବର ପାଇ ମଙ୍ଗବାର 5:30 ସମୟରେ ଅଳକୁଣ୍ଡ ଥାନା ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ବାଇକୁ ଜବତ କରି ଅନୁସନ୍ଧାନ ଜାରି ରଖିଛନ୍ତି।