କଳାହାଣ୍ଡି ଉତ୍ସବ ଘୁମୁରା-୨୦୨୬ର ଅବ୍ୟବହିତ ପୂର୍ବରୁ ବିଭିନ୍ନ ପ୍ରସିଦ୍ଧ ପୀଠରୁ ଜିଲ୍ଲାସ୍ତରୀୟ ଉତ୍ସବ ପାଇଁ ମଶାଲ ଶୋଭାଯାତ୍ରା ଆରମ୍ଭ ହୋଇଛି।ଏହିକ୍ରମରେ ଆଜି ଲାଞ୍ଜିଗଡସ୍ଥିତ ସୁପ୍ରସିଦ୍ଧ ଭୈରବ ପୀଠରୁ ବିଧିବଦ୍ଧ ଭାବେ ପୂଜାର୍ଚ୍ଚନା ପରେ ଆଜି ଭୈରବଙ୍କ ପ୍ରତୀକ ମଶାଲକୁ ସ୍ୱାଗତ କରିବା ସହିତ ପାଛୋଟି ନେଇଥିଲେ। ଏଥିରେ ଲାଞ୍ଜିଗଡ଼ ସରପଞ୍ଚ ସରସ୍ବତୀ ମୁଣ୍ଡା, ନାଏବ ସରପଞ୍ଚ ହରେକୃଷ୍ଣ ତାଣ୍ଡି,ନିର୍ବାହୀ ଅଧିକାରୀ ଭୀଷ୍ମଦେବ ମେହେର,ପୂର୍ବତନ ସରପଞ୍ଚ ଚନ୍ଦ୍ରଧ୍ଵଜ ପେସନିଆ, ସମାଜସେବୀ ସୁବାସ ଅଗ୍ରୱାଲ,ଚନ୍ଦ୍ର ମଣି ମହାଖୁଡ ପ୍ରମୁଖ ସାମିଲ ହୋଇଥିଲେ।