ଦେବଗଡ: ମହିଳାଙ୍କୁ ସୁରକ୍ଷା ଦାବିରେ ବିଜୁ ମହିଳା ଜନତା ଦଳ ପକ୍ଷରୁ ଏସ୍ପି ଅଫିସ ଘେରାଉ ଓ ଦାବିପତ୍ର ପ୍ରଦାନ
ରାଜ୍ୟରେ ମହିଳାଙ୍କୁ ସୁରକ୍ଷା ଦାବିରେ ବିଜୁ ମହିଳା ଜନତା ଦଳ ପକ୍ଷରୁ ଆଜି ଦେବଗଡ ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ଘେରାଉ କରିବା ସହିତ ଦାବିପତ୍ର ପ୍ରଦାନ କରାଯାଇଛି । ରାଜ୍ୟରେ ଦିନକୁ ଦିନ ଦୁଷ୍କର୍ମ, ଗଣଦୁଷ୍କର୍ମ ଏବଂ ନିର୍ଯ୍ୟାତନା ଭଳି ଅପରାଧ ବଢି ବଢି ଚାଲିଛି । ମହିଳା ଏବଂ ଛାତ୍ରୀ ରାଜ୍ୟରେ ଅସୁରକ୍ଷିତ ହୋଇ ପଡିଛନ୍ତି । ମହିଳାଙ୍କୁ ସୁରକ୍ଷା ପାଇଁ ବିଜେଡି ବାରମ୍ବାର ଦାବି କରୁଥିବା ବେଳେ ଶାସନରେ ଥିବା ବିଜେପି ସରକାର ରାଜ୍ୟରେ ଆସିବା ଦିନ ଠାରୁ ଅରାଜକତା ବଢିଚାଲିଛି । ସୁରକ୍ଷା ଦେବା ବଦଳରେ ପୋଲିସ ଏବେ ଗୁଣ୍ଡା ସାଜିଥିବା ବିଜେଡି ଅଭିଯୋଗ କରିଛି ।