ଟିଟିଲାଗଡ: ଥାନାଧିକାରୀଙ୍କ ସହ ଆଲୋଚନା ପରେ ମେହେର ପଡ଼ା ବାସୀଙ୍କ ଧାରଣା ପ୍ରତ୍ୟାହୃତ - ସୂଚନା ଦେଲେ ବିଜୟ ମେହେର
ଟିଟିଲାଗଡ଼ ସହରର ୱାର୍ଡ ନମ୍ବର ଦୁଇ ମେହେର ପଡ଼ା ନିବାସୀ ରମେଶ କୁମାର ମେହେର ଓ ଅହଲ୍ୟା ମେହେରଙ୍କ ଝିଅ (୧୪) ଗତ ଅକ୍ଟୋବର ମାସର ୨୨ ତାରିଖରୁ ନିଖୋଜ ଥିବା ଟିଟିଲାଗଡ଼ ଥାନାରେ ଲିଖିତ ଅଭିଯୋଗ କରିବା ସହ ଆମ ଝିଅଙ୍କୁ ଖୋଜିକି ଆଣି ଦିଅନ୍ତୁ ବୋଲି ଟିଟିଲାଗଡ଼ ପୋଲିସ ନିକଟରେ ଗୁହାରି କରିଥିଲେ। ତେବେ ଦୀର୍ଘ ନ ଦିନ ବିତି ଯାଇଥିଲେ ହେଁ ଝିଅକୁ ଖୋଜି ନ ପାଇବାରୁ ପରିବାର ତଥା ସମ୍ପର୍କୀୟ ଲୋକେ ପୋଲିସର କାର୍ଯ୍ୟ ଉପରେ ଅସନ୍ତୋଷ ଜାହିର କରିବା ସହ ଶୁକ୍ରବାର ଝିଅର ପିତାମାତା, ପଡ଼ା ବାସି ଟିଟିଲାଗଡ଼ ଥାନାରେ ଆସି ରୁଣ୍ଡ ହୋଇଛନ୍ତି। ତେବେ ହାଇସ୍କୁଲ ପଡ଼ାର ଆନନ୍ଦ ଦାସ ନାମକ ଯୁବକ ଏ