ଟିଟିଲାଗଡ: ବ୍ଲକ ପରିସରରୁ କଙ୍କାଳ ବାହାରିବା ଘଟଣା - ସତ୍ୟ ନାରାୟଣ ଭୋଇ କହିଲେ କଙ୍କାଳ ହେଉଚି ମୃତ ଗାଈର ବୋଲି ଦେଲେ ସୂଚନା
ଟିଟିଲାଗଡ ବ୍ଲକ୍ କାର୍ଯ୍ୟାଳୟ ପରିସର ପଛ ପଟେ ସକାଳୁ କୁକୁର ମାନେ ମାଡ ହେଉଥିବା ଦେଖି କାମ କରୁଥିବା କର୍ମ ଚାରି ବିଡ଼ିଓଙ୍କୁ ଅବଗତ କରାଇବା ପରେ ଟିଟିଲାଗଡ ପୋଲିସକୁ ସୂଚନା ଦେଇଥିଲେ। ତେବେ ଘଟଣା ସ୍ଥଳକୁ ଏସ ଡି ପୀ ଓ ଯଶୋବନ୍ତ ନାରାୟଣ ପ୍ରଧାନ, ଥାନାଧିକାରୀ ଶ୍ରୀମତି କଲ୍ୟାଣୀ ବେହେରା, ବିଡ଼ିଓ ଚନ୍ଦ୍ର ମନି ନାଗ ଓ ବଲାଙ୍ଗୀରରୁ ସାଇଣ୍ଟି ଫିକ ଟିମ ପହଞ୍ଚି ଅନୁସନ୍ଧାନ ଆରମ୍ଭ କରିଛନ୍ତି। ତେବେ ଘଟଣା ସ୍ଥଳକୁ ମୃତ ଗାଈ ପୋତା ହୋଇଥିବା ସୂଚନା ଦେଲେ ବ୍ଲକ ପଡ଼ାର ସତ୍ୟ ନାରାୟଣ ଭୋଇ। କିଛି ଦିନ ପୂର୍ବେ ଗାଈ ମରିଥିଲା, ପୌର ପରିଷଦର କର୍ମଚାରୀ ମାନେ ଆସି ପୋତିଥିଲେ ବୋଲି କହିଲେ