ପୁରନା ଗାଁ ପାଖ ଜଙ୍ଗଲରୁ ଅଙ୍ଗନବାଡ଼ି କର୍ମୀ ହତ୍ୟାକାଣ୍ଡ ଘଟଣା ର ଅଭିଯୁକ୍ତ ଗିରଫ ସହ କୋର୍ଟ ଚାଲାଣ.. ହେମଗିର - ପୂରନା ଗାଁ ଅଙ୍ଗନବାଡ଼ି କର୍ମୀ କୁ ହତ୍ୟା ଘଟଣାରେ ପୁଲିସ ଫେରାର ଅଭିଯୁକ୍ତ କୁ ଗିରଫ କରି ଆଜି ସନ୍ଧ୍ଯା 8 ଟା ବେଳେ କୋର୍ଟ ଚାଲାଣ କରିଥିବା ର ଜଣା ପଡ଼ିଚି । ଅଭିଯୁକ୍ତ ଶରତ କଉଡି ୨୨ କୁ ପୁଲିସ ବୁଧବାର ରାତିରେ ଗାଁ ପାଖ ଜଙ୍ଗଲରୁ ଗିରଫ କରିଥିଲା। ହତ୍ୟାକାଣ୍ଡ ଘଟାଇ ଅଭିଯୁକ୍ତ ଶରତ ଫେରାର ହୋଇ ଜଙ୍ଗଲ ଭିତରେ ଲୁଚି ରହିଥିଲା। ରାତିରେ ସେ ଗାଁ ଆଡକୁ ଆସୁଥିବାର ସୂଚନା ପାଇ ପୁଲିସ ତାକୁ ମାଡିବସିଥିଲା।