ବରୀ ରାମଚନ୍ଦ୍ରପୁର: ମା କାଳୀଙ୍କ ପ୍ରସ୍ତୁତି ବୈଠଜକୁ ଧବଳଗିରି ମା କାଳୀ ମନ୍ଦିର କମିଟିକୁ ଜିଲ୍ଲା ପ୍ରଶାସନର ଅଣ ଦେଖା ଅଭିଯୋଗ କଲେ ମନ୍ଦିରର ବରିଷ୍ଠ ସଦସ୍ୟ
ମା କାଳୀଙ୍କ ପ୍ରସ୍ତୁତି ବୈଠଜକୁ ଧବଳଗିରି ମା କାଳୀ ମନ୍ଦିର କମିଟିକୁ ଜିଲ୍ଲା ପ୍ରଶାସନର ଅଣ ଦେଖା ଅଭିଯୋଗ,ସମସ୍ତ ସହଯୋଗ ଯୋଗେଇ ଦେବାକୁ ସଦସ୍ୟଙ୍କ ଦାବି l ଆସନ୍ତା 20 ତାରିଖରୁ ବ୍ୟାସନଗର ପୌର ପରିଷଦର ଗଣ ପର୍ବ ମା କାଳୀଙ୍କ ପୂଜା ଆରମ୍ଭ ହେବ l ଏହି ପୂଜା କିଭଳି ଶାନ୍ତିଶୃଙ୍ଖଳାର ସହିତ ଶେଷ ହେବ ସେଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାସନଗର ସ୍ଥିତ ଟାଉନ ହଲରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହେଇଯାଇଛି l ଏହି ବୈଠକରେ 18 ଟି ପୂଜା ମଣ୍ଡପର ସଭାପତି ଓ ସମ୍ପାଦକଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ପ୍ରସ୍ତୁତି ବୈଠକରେ ଯୋଗସେବାକୁ ନୋଟିସ ହେଇଥିଲା l