କୁଚିଣ୍ଡା: ରଙ୍ଗବତୀ ବିଲୁଙ୍ଗ ଠାରେ ରଙ୍ଗବତୀ ମହୋତ୍ସବ ଓ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଉଦଘାଟିତ
ସମ୍ବଲପୁର ଜିଲ୍ଲା ବାମରା ବ୍ଲକ ଜରବଗା ପଞ୍ଚାୟତ ଅନ୍ତର୍ଗତ ରଙ୍ଗବତୀ ବିଲୁଙ୍ଗ ଠାରେ ୧୪ ତମ ରଙ୍ଗବତୀ ବିଲୁଙ୍ଗ ମହୋତ୍ସବ ଓ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇ ଯାଇଛି। ରଙ୍ଗବତୀ କ୍ରୀଡ଼ା ଓ ସଂସ୍କୃତି ଏକାଡେମୀ ଆନୁକୁଲ୍ୟ ରେ ବୁଧବାର ଦିନ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଏବଂ ବିଭିନ୍ନ ସାଂସ୍କୃତିକ ଓ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଆୟୋଜିତ ହୋଇ ଥିବା ବେଳେ ଏଥିରେ ପଦ୍ମଶ୍ରୀ ମିତ୍ରଭାନୁ ଗୌନ୍ତିଆ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ରଙ୍ଗବତୀ ମହୋତ୍ସବ ଆୟୋଜନର ଉଦ୍ଦେଶ୍ୟ ନେଇ ମତ ବ୍ୟକ୍ତ କରି ଥିଲେ।