ବିଞ୍ଝାରପୁର: ତରାଙ୍ଗ ସାଗରପୁର ଠାରେ ଓଲଟିଲା ଗୋରୁ ବୋଝେଇ ପିକଅପ ଭ୍ୟାନ
ରାସ୍ତା କଡ଼କୁ ଓଲଟି ପଡିଲା ଗୋରୁ ବୋଝେଇ ପିକ ଅପ ଭ୍ୟାନ। ଯାଜପୁର ଦଶରଥପୁର ବ୍ଲକ ନନ୍ଦୀପୁର - ଝୁମ୍ପୁରୀ ରାସ୍ତା ର ମଧ୍ୟସ୍ଥଳୀ ତରାଙ୍ଗ ସାଗରପୁର ଠାରେ ବିଳମ୍ବିତ ରାତି ରେ ଘଟିଛି ଏହି ଦୁର୍ଘଟଣା। ଉକ୍ତ ଭ୍ୟାନ ରେ ୭ ଟି ଗୋରୁଥିଲା ବେଳେ ୨ ଟି ଗୋରୁ ଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଛି। ଓଲଟି ପଡ଼ିଥିବା ପିକଅପ ଭ୍ୟାନ ରେ କେହି ଦୁର୍ବୁର୍ତ୍ତ ନିଆଁ ଲଗେଇ ଦେଇଥିଲେ। ଖବର ପାଇ ଦଶରଥପୁର ଅଗ୍ନିଶମ ବାହିନୀ ନିଆଁ ଆୟତ କରିଥିବା ବେଳେ ଦଶରଥପୁର ପୋଲିସ ଏହାର ତଦନ୍ତ ଚଳାଇଛି। ଗୋରୁ ସବୁ ବିଂଝାରପୁର ରୁ ଭଦ୍ରକ ଯାଉଥିବା ଅନୁମାନ କରାଯାଉଛି।