ବାରକୋଟ ବ୍ଲକର ଯୁବ ସ୍ୱେଚ୍ଛାସେବୀ ତଥା କଣ୍ଢଳ ଗ୍ରାମ ପଂଚାୟତର ପୂର୍ବତନ ସମିତି ସଦସ୍ୟ ବିଶ୍ୱନାଥ ସାହୁଙ୍କୁ ଯୁବ ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ ଭାବେ ବିଜେଡି ରାଜ୍ୟ ସଭାପତି ନବୀନ ପଟ୍ଟନାୟକ ମନୋନୀତ କରିଛନ୍ତି । ଗତ ସାଧାରଣ ନିର୍ବାଚନ ପରେ ବିଜେଡି ଏକ ଘଡିସନ୍ଧି ମୁହୂର୍ତ ଦେଇ ଗତି କରୁଥିବା ବେଳେ ଦଳକୁ ଅଧିକ କ୍ରିୟାଶୀଳ କରିବା ପ୍ରକ୍ରିୟା ଜାରୀ ରହିଛି । ଏହି ପରିପ୍ରେକ୍ଷୀରେ ବିଜେଡି ରାଜ୍ୟ ସଭାପତି ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ରାଜ୍ୟ ଯୁବ ବିଜେଡିର ରାଜ୍ୟ ସାଧାରଣ ସମ୍ପାଦକ ତାଲିକା ଘୋଷଣା କରାଯାଇଛି ।