ରବିବାର ଦିନ ବଲାସିଙ୍ଗା ସାଲୁଙ୍କି ବନ ପ୍ରକଳ୍ପ ଠାରେ ବୌଦ୍ଧ ଗଡ ସହରାଞ୍ଚଳ କୁଲୁତା ସମାଜର ବାର୍ଷିକ ବନ୍ଧୁ ମିଳନ ଅନୁଷ୍ଠିତ ହୋଇ ଯାଇଛି l ସଭାପତି ଆଦିତ୍ୟ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ସମାଜର ବରିଷ୍ଠ ସଦସ୍ୟ ତଥା ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଘନଶ୍ୟାମ ପ୍ରଧାନ ଯୋଗ ଦେଇଥିଲେ | ସମ୍ପାଦକ ସନାତନ ପ୍ରଧାନ ସମାଜର ସାଂଗଠନିକ ବିଷୟ ବସ୍ତୁ ଉପରେ ଆଲୋଚନା କରିଥିଲେ |