ମାଲକାନଗିରି: ଆଜି ମୋଟୁ ଠାରୁ ଆରମ୍ଭ ହେଲା ପିସିସି ସଭାପତି ଙ୍କ "ଗାନ୍ଧୀ ପଥେ ଓଡିଶା" ପଦଯାତ୍ରା, ସାମିଲ ହେଲେ ଶତାଧିକ କଂଗ୍ରେସ କର୍ମୀ
ଆଜି ମାଲକାନଗିରି ଜିଲ୍ଲା ମୋଟୁ ଠାରୁ ସକାଳ ୧୦ଟା ସମୟରେ ଆରମ୍ଭ ହେଲା ରାଜ୍ୟ କଂଗ୍ରେସ ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ "ଗାନ୍ଧୀ ପଥେ ଓଡିଶା" ପଦଯାତ୍ରା। ପ୍ରଥମେ ମୋଟୁ ସ୍ଥିତ ମୁଗି ପଏଣ୍ଟ ଠାରେ ମହାତ୍ମାଗାନ୍ଧୀ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରିଥିଲେ। ଏହାପରେ ଏକ ସାଧାରଣ ସଭାରେ ଯୋଗ ଦେଇ ରାଜ୍ୟ ସରକାର ଙ୍କ ମିଛ ପ୍ରତିଶୃତି ଏବଂ ଭୋଟ ଚୋରି ଉପରେ ଭାଷଣ ଦେଇ ବର୍ଷିଥିଲେ। ଏହାପରେ ଏକ ବିଶାଳ ପଦଯାତ୍ରା ରେ ମୋଟୁ ଠାରୁ ନିଜର ପଦଯାତ୍ରା ଆରମ୍ଭ କରିଥିଲେ ପିସିସି ସଭାପତି ଶ୍ରୀ ଦାସ। ଆଜି ଲଗାଣ ବର୍ଷା ହେବା ସତ୍ତ୍ୱେ ମଧ୍ୟ ଏହି ବିଶାଳ ପଦଯାତ୍ରାରେ କଂଗ୍ରେସ ର ଶତାଧିକ କର୍