ଝାରସୁଗୁଡା: ଭୁବନେଶ୍ୱରର ବ୍ୟକ୍ତିଙ୍କୁ ଝାରସୁଗୁଡା ଷ୍ଟେସନ ପାଖରେ ହଜାଇ ଥିବା ଗୁରୁତ୍ବପୁର୍ଣ୍ଣ ମେସିନ ସାମଗ୍ରୀ ଝାରସୁଗୁଡା ପୋଲିସ ଦ୍ବାରା ହସ୍ତାନ୍ତର
ଭୁବନେଶ୍ୱର ର ଜଣେ ବ୍ୟକ୍ତି ଝାରସୁଗୁଡା ଷ୍ଟେସନ ପାଖରେ ହଜାଇ ଥିବା ଗୁରୁତ୍ବପୁର୍ଣ୍ଣ ମେସିନ ସାମଗ୍ରୀ ଝାରସୁଗୁଡା ପୋଲିସ ତାଙ୍କୁ ପୁଣି ହସ୍ତାନ୍ତର କରିଛି l ଝାରସୁଗୁଡା ଏସପି ନିଜ ସାମଜିକ ଗଣମାଧ୍ୟମ ଜରିଆରେ ଆଜି ପୁର୍ବାହ୍ନ ୧୦ ଟା ୩୦ ରେ ଏନେଇ ସୂଚନା ଦେଇଛନ୍ତି l ସୂଚନା ଅନୁଯାୟୀ, ଜଣେ ବ୍ୟକ୍ତି ଝାରସୁଗୁଡା ନିକଟରେ ଥିବା ଏକ କମ୍ପାନୀ କୁ ଆସିଥିଲେ l ସେଠାରୁ ଫେରିଲା ବେଳକୁ ଝାରସୁଗୁଡା ଷ୍ଟେସନ ପାଖରେ ନିଜ ଗୁରୁତ୍ୱପୁର୍ଣ ମେସିନ କୁ ଏକ ଅଟୋରେ ଛାଡି ଦେବାରୁ ତାହା ହଜି ଯାଇଥିଲା l