କେନ୍ଦୁଝର ସହର: ଗାଧେଇବାକୁ ଯାଇ ପାଣିରେ ବୁଡି ବୃଦ୍ଧ ଙ୍କ ମୃତ୍ୟୁ
ପାଟ ଗାଲଫୁଲା ଗ୍ରାମରେ ଘଟିଛି ଏକ ଦୁଃଖଦ ଘଟଣା
ପାଟଣା ଥାନା ପାଟଣା ବ୍ଲକ ଟାଙ୍ଗରପଡା ପଞ୍ଚାୟତର ଅନ୍ତର୍ଗତ ଗାଲଫୁଲା ଗ୍ରାମରେ ସୂଚନା ଅନୁଯାୟୀ ଗାଲଫୁଲା ଗ୍ରାମର ଅମୀନ ନାଏକ (୬୦) ସେ ଆଜି ଦିନ ୧୦ ଟା ସମୟରେ ଗାଁ ପାଖରେ ଥିବା ନୂଆ ପୋଖରୀ କୁ ଗାଧେଇବା କୁ ଯାଇଥିବା ସମୟରେ ପୋଖରୀ ଭିତରେ ଅଧିକ ପାଣି ଥିବାରୁ ଅମୀନ ନାଏକ ଉଠି ନପାରିବାରୁ ପାଣି ଭିତରେ ବୁଡ଼ି ଯାଇଥିଲେ ସ୍ଥାନୀୟ ଲୋକମାନେ ଦେଖିବାପରେ ପାଟଣା ପୋଲିସ ଓ ଅଗ୍ନିଶମ ବାହିନୀ କୁ ଖବର ଦେଇଥିଲେ ଖବର ପାଇ ଘଟଣାସ୍ଥଳରେ ପାଟଣା ଅଗ୍ନିଶମ ବାହିନୀ ପହଁଚିଥିଲେ।