ଅତାବିରା: ଗୋଡ଼ଭଗା ଗୋଲକନଗର ଠାରେ ରକ୍ତଦାନ ଶିବିର
ତା୪/୧୧/୨୫ ରିଖ ମଙ୍ଗଳବାର ଦିନ ଅତାବିରା ବ୍ଲକ ଗୋଡ଼ଭଗା ଗୋଲକନଗର ଠାରେ ମାଁ ମାହେଶ୍ୱରୀ ସେନା ଓ ଶ୍ରୀରାମ ମଠ କମିଟି ତରଫରୁ ଏକ ସ୍ବେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି l ମାଁ ମାହେଶ୍ୱରୀଙ୍କର ପୂଜାର୍ଚ୍ଚନା କରାଯାଇ ଡୁମାଲ ପରିଷଦ ପତ୍ରା ପାଲି କେନ୍ଦ୍ର ସଭାପତି ଶ୍ରୀଯୁକ୍ତ ଭୁବନେଶ୍ୱର ମହାକୁର, କଳାମାଟି ସରପଞ୍ଚ ଶ୍ରୀମତୀ ସୁଷମା ସାହୁ,ସ୍ପନ୍ଦନ କ୍ଲବର ସଭାପତି ଶ୍ରୀଯୁକ୍ତ ବାଲକୃଷ୍ଣ ସାହୁ, ମାଁ ମାହେଶ୍ୱରୀ ସେନାର ସଦସ୍ୟା ଶ୍ରୀମତୀ ସଂଯୁକ୍ତା ପ୍ରଧାନ ଓ କୋଶଲ ସଂଗ୍ରାମୀ ଶ୍ରୀଯୁକ୍ତ ସୁଧୀର ପଣ୍ଡାଙ୍କ ଦ୍ୱାରା ଫିଟାକାଟି ଶୁଭାରମ୍ଭ କରାଯାଇଥିଲା l