ବାଙ୍ଗଲାଦେଶରେ ହିନ୍ଦୁ ମାନଙ୍କ ବିରୋଧ ରେ ଅତ୍ୟାଚାର ଏବଂ ହିନ୍ଦୁ ମାନଂକୁ ହତ୍ୟା କୁ ବିରୋଧ କରି ବେଲପାହାଡ ରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି l ଆଜି ଅପରାହ୍ନ ୫ ଟା ୩୦ ରୁ ୬ ଟା ୩୦ ଯାଏଁ ବେଲପାହାଡ ଫାଟକ ରୁ ଗୁମାଡେରା ସହିଦ ସ୍ତମ୍ଭ ଯାଏଁ ଏକ ଶୋଭାଯାତ୍ରା କାରାଯାଇ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ଏବଂ ହିନ୍ଦୁ ମାନଙ୍କ ବିରୋଧ ରେ ଅତ୍ୟାଚାର ବନ୍ଦ କରିବାକୁ ଦାବି କରାଯାଇଛି l ଏହି ବିକ୍ଷୋଭ ଶୋଭାଯାତ୍ରା ରେ ବେଲପାହାଡ ଏବଂ ଆଖପାଖ ଅଂଚଳ ର ଅନେକ ମହିଳା ଏବଂ ପୁରୁଷ ଉପସ୍ଥିତ ଥିଲେ l