ବିଞ୍ଝାରପୁର: ବିଭିନ୍ନ ସମସ୍ୟା ସମ୍ପର୍କରେ ଜିଲାପାଳଙ୍କ ସହ ଯାଜପୁର ଜିଲ୍ଲାପାଳଙ୍କ ଅଫିସରେ ଆଲୋଚନା କଲେ ପୂର୍ବତନ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡେଇ
ସୁକିନ୍ଦା ନିର୍ବାଚନ ମଣ୍ଡଳୀରେ ଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ଯାଜପୁର ଜିଲାପାଳ ଙ୍କ ସହିତ ଆଲୋଚନା କରିଛନ୍ତି ପୂର୍ବତନ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡେଇ। ଦାନଗଦି ଅଞ୍ଚଳରେ ଦେଖାଦେଇଥିବା ଟ୍ରାଫିକ ସମସ୍ୟା ଠାରୁ ଆରମ୍ଭ କରି କାଳିଆପାଣି ଖଣି ଦ୍ୱାରା ପ୍ରଭାବିତ ଅଞ୍ଚଳ ବାସୀଙ୍କୁ ନ୍ୟାୟ ପ୍ରଦାନ ଏବଂ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ଉପରେ ସ୍ୱତନ୍ତ୍ର ଧ୍ୟାନ ଦେବା ପାଇଁ ଶ୍ରୀ ଘଡେଇ ଦାବି କରିଥିଲେ। ଏହି ଆଲୋଚନା ସମୟରେ ସୁକିନ୍ଦା ଓ ଦାନଗଦି ବ୍ଳକ ର ଅଧକ୍ଷ ଉପସ୍ଥିତ ଥିଲେ।