ବ୍ୟବସାୟୀଙ୍କ ଦେହାନ୍ତରେ ପାଟଣା ବଜାର ବନ୍ଦ ପାଟଣା- ପାଟଣା ବ୍ଲକ ବଡ଼ ପାଟଣା ପଞ୍ଚାୟତ ସ୍ୱାମ ଶାସନର ଜଣାଶୁଣା ବ୍ୟବସାୟୀ ବିପିନ ବିହାରୀ ଦାଶଙ୍କ ବୁଧବାର ସନ୍ଧ୍ୟାରେ ୬୬ ବର୍ଷ ବୟସରେ ପରଲୋକ ଘଟିଛି। ସେ ପାଟଣା ମୁଖ୍ୟାଳୟ ବଜାରରେ ଦୀର୍ଘବର୍ଷ ହେବ ବ୍ୟବସାୟ କରି ଆସୁଥିଲେ। ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ପାଟଣା ବଣିକ ସଙ୍ଘ ତରଫରୁ ଗୁରୁବାର ସକାଳ ୬ ଟାରୁ ଅପରାହ୍ନ ୧୨ଟା ପର୍ଯ୍ୟନ୍ତ ପାଟଣା ବଜାରର ସମସ୍ତ ଦୋକାନ ବନ୍ଦ ରହିଥିଲା।ତାଙ୍କ ଅନ୍ତିମ ସଂସ୍କାର ପାଟଣା ବୈତରଣୀ ନଦୀ ସ୍ମଶାନ ଘାଟରେ ସମ୍ପନ୍ନ ହୋଇଛି। ଏକ ମାତ୍ର ପୁତ୍ର ବୀରକିଶୋର ଦାଶ ମୁଖାଗ୍ନି ଦେଇଥିଲେ। ମୃତ୍ୟୁ ଶଯ୍ୟ