ଦେବଗଡ ଥାନା ଅନ୍ତର୍ଗତ ଚକ୍ରପାଲି ଗ୍ରାମରେ ଏକ ଦୁର୍ଘଟଣାକୁ କେନ୍ଦ୍ର କରି ଦୁଇ ପକ୍ଷ ମଧ୍ୟରେ ଗଣ୍ଡଗୋଳ ହୋଇଛି । ଏନେଇ ଉଭୟ ପକ୍ଷ ଦେବଗଡ ଥାନାରେ ଅଭିଯୋଗ କରିଥିବା ବେଳେ ପୋଲିସ ଦୁଇଟି ମାମଲା ରୁଜୁ କରି ତଦନ୍ତ କରୁଥିବା ଜଣାପଡିଛି । ଏନେଇ ବୁଧବାର ରାତି ୯ ଟାରେ ଦେବଗଡ ଥାନା ପୋଲିସ ଠାରୁ ସୂଚନା ମିଳିଛି । ଅଭିଯୋଗ ଅନୁଯାୟୀ ଗତ ୧୧ ତାରିଖ ଅନୁଗୁଳ ଜିଲ୍ଲା ଖମାର ଥାନା କଲଣ୍ଡା ଗ୍ରାମର ଜୟନ୍ତ ସାହୁ ଏକ ରାସ୍ତା ନିର୍ମାଣ କରୁଥିବା ଏକ ଗ୍ରେଡର ଗାଡି ନେଇ ଆସୁଥିବା ବେଳେ ଭାରସାମ୍ୟ ହରାଇ ଚକ୍ରପାଲି ଗ୍ରାମର ଜିତୁ ସାମଲଙ୍କ ଘର ସମ୍ମୁଖରେ ଥିବା ଏକ ଇଟା ପିଲରକୁ ଧକ୍କା ଦେଇଥିଲେ ।