ବୀରମିତ୍ରପୁର: ନୂଆଗାଁ ବ୍ଲକର ନୂଆଗାଁ ଗ୍ରାମପଞ୍ଚାୟତର ନୂଆଗାଁ ଗ୍ରାମର ଉପରଟୋଲିରେ ନାଗସାପକୁ ଉଦ୍ଧାର କରି ଦିଆଗଲା ବନବିଭାଗକୁ ଖବର।
ନୂଆଗାଁ ବ୍ଲକର ନୂଆଗାଁ ଗ୍ରାମପଞ୍ଚାୟତର ନୂଆଗାଁ ଗ୍ରାମର ଉପରଟୋଲିରେ କ୍ରିଷ୍ଣା ସେଠୀଙ୍କ ଶୋଇବାଘରେ ସାପଟିଏ ଥିଲା।ଘର ମାଟିରେ ତିଆରି ହୋଇଥିଲା।ସାପଟି ସେହି ଶୋଇବା ଘରରେ ଥିବା ଗାତରେ ଲୁଚି ରହିଥିଲା।ସେ ସାପଟିକୁ ଗତ ୭ଦିନ ହେଲା ଦେଖି ମଧ୍ୟ ଗାତରେ ରହୁଥିବାରୁ ସମସ୍ୟା ଘେରରେ ଥିଲେ।ଆଜି ଗାତ ଭିତରେ ପଶିଥିବା ଜାଣିପାରି କ୍ରିଷ୍ଣା ସେଠୀ ଏହି ଖବର ନୂଆଗାଁର ସ୍ନେକମାଷ୍ଟର ଜୟସଙ୍କର ଠାକୁରଙ୍କୁ ଦେବାପରେ ସେ ଘଟଣାସ୍ଥଳରେ ପହଞ୍ଚି ସାପଟିକୁ ଉଦ୍ଧାର କରିଥିଲେ।ଏହି ସାପଟି ନାଗସାପ ଓ ଲମ୍ବା ପ୍ରାୟ ୫ଫୁଟ ବୋଲି ଜଣାପଡିଛି।