ଆନନ୍ଦପୁର: ହାଟଡ଼ିହି ରେ ବିଜେପିର ମିଶ୍ରଣ ପର୍ବ, ଭିନ୍ନ ଭିନ୍ନ ଦଳ ଛାଡି ବିଜେପିରେ ସାମିଲ ହେଲେ ୩୦ ରୁ ଉର୍ଦ୍ଧ୍ଵ ଗ୍ରାମବାସୀ
ହାଟଡ଼ିହିରେ ବିଜେପିର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ଆଜି ଅପରାହ୍ନ ୪ଟାରେ ହାଟଡ଼ିହି ବିଜେପି କାର୍ଯ୍ୟାଳୟରେ ଅନୁଷ୍ଠିତ ଏହି ମିଶ୍ରଣ ପର୍ବରେ ଆଇତିପୁର ଗ୍ରାମର ୩୦ ରୁ ଉର୍ଦ୍ଧ୍ଵ ଗ୍ରାମବାସୀ ଆଜି ଭିନ୍ନ ଭିନ୍ନ ଦଳ ଛାଡି ବିଜେପିରେ ସାମିଲ ହୋଇଛନ୍ତି।ଉପସ୍ଥିତ ବିଜେପି ନେତା ଆଲୋକ ସେଠୀ, ଜ୍ଞାନ ରଞ୍ଜନ ସାମନ୍ତ ସିଂହାର ପ୍ରମୁଖ ସେମାନଙ୍କୁ ଉତ୍ତରୀୟ ଦେଇ ସ୍ୱାଗତ କରିଥିଲେ।