ପଡ଼ିଆ ବାହାଲର ପଧାନ ପାଲିରେ ଗ୍ରାମରେ ହାତୀ ସମ୍ବଲପୁର ଜିଲ୍ଲା ଜୁଜୁମୁରା ବ୍ଳକ ପଡ଼ିଆ ବାହାଲ ପଞ୍ଚାୟତ ଅନ୍ତର୍ଗତ ପଧାନ ପାଲି ଗ୍ରାମରେ ଗତ ଗୁରୁବାର ବିଳମ୍ବିତ ରାତିରେ ଏକ ହାତୀ ଗାଁ ଭିତରକୁ ପଶି ଆସିଥିବା ଦେଖିବାକୁ ମିଳିଛି । ଜଂଗଲରେ ଖାଦ୍ୟ ଅଭାବରୁ ହାତୀଟି ଖାଦ୍ୟ ଅନ୍ବେଷଣରେ ଆସିଥିବା ବେଳେ ଗ୍ରାମର ଦେବେନ୍ଦ୍ର ବାରିକ ଙ୍କ ଦୁଇ ବସ୍ତା ଧାନ ଖାଇଥିବା ଜଣାପଡିଛି । ଖବର ପାଇ ବନବିଭାଗର କର୍ମଚାରୀ ମାନେ ପହଞ୍ଚି ହାତୀ କୁ ଜଂଗଲ ଭିତରକୁ ଘଉଡାଇ ଦେଇଛନ୍ତି ।