ମାଲକାନଗିରି: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୫ ଜନ୍ମଦିନ ଅବସରରେ ଜିଲ୍ଲାର ସଦର କଲ୍ୟାଣ ମଣ୍ଡପରେ ବିଜେପିର ରକ୍ତ ଦାନ ଶିବିର, ମତ ରଖିଲେ ବିଧାୟକ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୫ ଜନ୍ମ ବାର୍ଷିକୀ ଅବସରରେ ମାଲକାନଗିରି ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ପକ୍ଷରୁ କଲ୍ୟାଣ ମଣ୍ଡପ ଠାରେ ଏକ ବୃହତ ରକ୍ତଦାନ ଶିବିରର ଆୟୋଜନ କରାଯାଇଛି। ରକ୍ତଦାନ ଏକ ମହତ୍ କାର୍ଯ୍ୟ , ଗୋଟିଏ ରକ୍ତଦାନରେ ଗୋଟିଏ ଜୀବନ ରକ୍ଷା କରିପାରିବା।ଆଜି ଯେହେତୁ ଶ୍ରୀ ମୋଦିଙ୍କୁ ୭୫ ବର୍ଷ ପୁରଣ ହୋଇଛି, ସେଥିପାଇଁ ଏହି ରକ୍ତଦାନ ଶିବିରରେ ଜିଲ୍ଲାବାସୀଙ୍କ ତରଫରୁ ୭୫ ୟୁନିଟ୍ ଉର୍ଦ୍ଧ୍ବ ରକ୍ତ ସଂଗ୍ରହ କରାଯିବ ବୋଲି କହିଛନ୍ତି ମାଲକାନଗିରି ବିଧାୟକ ନରସିଂହ ମାଡକାମୀ।