ଦେବଗଡ: ରିଆମାଳ କଲ୍ୟାଣ ମଣ୍ଡପରେ ବନାଂଚଳ ସ୍ତରୀୟ ଗଜସାଥୀ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ
ଦେବଗଡ ଜିଲ୍ଲା ରିଆମାଳ କଲ୍ୟାଣ ମଣ୍ଡପରେ ରବିବାର ଦିନ ପ୍ରାୟ ୨ ପର୍ଯ୍ୟନ୍ତ ସ୍ୱେଚ୍ଛାସେବୀ ସଂଗଠନ ‘ସ୍ନେହା’ ଓ ବନ ବିଭାଗର ମିଳିତ ଆନୁକୂଲ୍ୟରେ ରିଆମାଳ ବନାଂଚଳର ଗଜସାଥୀ ମାନଙ୍କୁ ନେଇ ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ଦେବଗଡ ବନଖଣ୍ଡ ଅଧିକାରୀଣୀ ରଶ୍ମୀ ଜି ଓ ରିଆମାଳ ବନାଂଚଳର ବନାଂଚଳ ଅଧିକାରୀ ନିରଞ୍ଜନ ଧରୁଆଙ୍କ ସମେତ ରିଆମାଳ ବନାଂଚଳ ଅଧିନସ୍ଥ ସମସ୍ତ ସେକ୍ସନର ଫରେଷ୍ଟର ଓ ସମସ୍ତ ବିଟ୍ର ଫରେଷ୍ଟ ଗାର୍ଡ ମାନେ ଉପସ୍ଥିତ ଥିଲେ ।