ଦେବଗଡ: ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ନିରନ୍ତର ବିକାଶ ଲକ୍ଷ୍ୟ ପାଇଁ ଏକ ଦିନିକିଆ କର୍ମଶାଳା
ଦେବଗଡ଼ ଜିଲ୍ଳା ପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲା ଯୋଜନା ଓ ପର୍ଯ୍ୟବେକ୍ଷଣ ବିଭାଗ ପକ୍ଷରୁ ଶୁକ୍ରବାର ଜିଲ୍ଲାସ୍ତରୀୟ ଅଧିକାରୀଙ୍କୁ ନେଇ ଏକ ନିରନ୍ତର ବିକାଶ ଲକ୍ଷ୍ୟ ଉପରେ ଏକ ଦିନିକିଆ ତାଲିମ୍ ଶିବିର ଅନୁଷ୍ଠିତ ହୋଇଯାଇଛି। ଦିନ ପ୍ରାୟ 2 ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କର୍ମଶାଳାକୁ ମୁଖ୍ୟ ଅତିଥି ଭାବେ ଜିଲ୍ଲାପରିଷଦ ଉପାଧ୍ୟକ୍ଷ ବର୍ଷା ରାଣୀ ମୁଣ୍ଡା ଶୁଭାରମ୍ଭ କରିଥିଲେ। ତାଲିମ୍ ପ୍ରଦାନ ପାଇଁ କୁମୁଦ ବନ୍ଧୁ ଶଥପଥି ଓ ଚନ୍ଦ୍ର ଶେଖର ପ୍ରଧାନ ଯୋଗଦେଇ ଥିଲେ।