ମାଲକାନଗିରି: ବାଣ୍ଡିଗୁଡା ଗ୍ରାମରୁ ୫୦ କିଲୋ ଗଞ୍ଜେଇ ସହ ବାଇକ ଜବତ କଲା ଓରକେଲ ପୋଲିସ, ଦୁଇ ଗିରଫ
ଚିତ୍ରକୋଣ୍ଡା ଅଞ୍ଚଳରୁ ଏକ ବାଇକ ଯୋଗେ ଦୁଇଜଣ ବ୍ୟକ୍ତି ବାହାର ଅଞ୍ଚଳକୁ ବେଆଇନ ଭାବେ ଗଞ୍ଜେଇ ଚୋରା ଚାଲାଣ କରୁଥିବା ବେଳେ ଓର୍କେଲ ପୋଲିସ ହାବୁଡ଼ରେ ଧରା ପଡିଛନ୍ତି। ତେବେ ଏହି ଘାଟଣାରେ ଗିରଫ ହୋଇଥିବା ଦୁଇ ଜଣ ବ୍ୟକ୍ତିଙ୍କୁ ଆଜି ସନ୍ଧ୍ୟା ୭ଟା ସମୟରେ କୋର୍ଟ ଚାଲାଣ କରାଯାଇଛି। ପୋଲିସ ପକ୍ଷରୁ ମିଳିଥିବା ସୂଚନା ମୁତାବକ ଉପରୋକ୍ତ ଦୁଇଜଣ ଯୁବକ ଚିତ୍ରକୋଣ୍ଡା ଅଞ୍ଚଳରୁ ଏମଭି-୧୨୦ ଗ୍ରାମକୁ ସଂଯୋଗ କରୁଥିବା ରାସ୍ତା ଦେଇ ଏକ ବାଇକ ଯୋଗେ ବେଆଇନ ଭାବେ ଗଞ୍ଜେଇ ବାହାର ଅଞ୍ଚଳକୁ ଗତକାଲି ବୁଧବାର ଦିନ ଚାଲାଣ କରୁଥିବା ସମ୍ପର୍କରେ ଏକ ବିଶେଷ ସୂତ୍ରରୁ ଓର୍କେଲ ଥାନା ଅଧିକାରୀ ଧିରେନ ପଟ