ଦେବଗଡ: ବିଜୟନଗର ଗ୍ରାମର ନିଖୋଜ ୧୬ ବର୍ଷର ନାବାଳିକାଙ୍କୁ ଉଦ୍ଧାର କଲା ଦେବଗଡ ଥାନା ପୋଲିସ
ଦେବଗଡ ଥାନା ଅନ୍ତର୍ଗତ ବିଜୟନଗର ଗ୍ରାମର ଜଣେ ୧୬ ବର୍ଷର ନାବାଳିକା ନିଖୋଜ ଥିବା ବେଳେ ଦେବଗଡ ଥାନା ପୋଲିସ ତାଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଛି । ଏଥିସହ ଆଜି ସିଡବ୍ଲୁସିରେ ଉପସ୍ଥାପନ କରିବା ସହିତ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିବା ନେଇ ରାତି ୧୦ ଟାରେ ଦେବଗଡ ଥାନା ପୋଲିସ ଠାରୁ ସୂଚନା ମିଳିଛି । ସଂପୃକ୍ତ ନାବାଳିକା ଘରେ କାହାକୁ କିଛି ନକହି କୁଆଡେ ଚାଲି ଯାଇଥିଲେ । ଏନେଇ ତାଙ୍କ ମା ଗତ ଜୁନ ୧୧ ତାରିଖ ଦେବଗଡ ଥାନାରେ ଲିଖିତ ଅଭିଯୋଗ କରିଥିବା ବେଳେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିଲା ।